ନଉ-ରୁଜ୍ (ବାହଈ ନବବର୍ଷ) (#15620)

*(ନଉ-ରୁଜ୍ (ଆକ୍ଷରିକ ଅର୍ଥ ନୂତନ ଦିବସ), ବାହଈ ନୂତନ ବର୍ଷଟି ବସନ୍ତ ଋତୁରେ ଆସିଥାଏ, ଯାହାକି ସାଧାରଣତଃ ମାର୍ଚ୍ଚ ୨୧ ତାରିଖ ସୂର୍ଯ୍ୟାସ୍ତ ପୂର୍ବରୁ ପଡ଼ିଥାଏ । ନଉ-ରୁଜ୍ ଉବଟି ବାହ (ଜ୍ୟୋତି) ମାସର ବାହ ଦିବସରେ ହିଁ ପଡ଼ିଥାଏ । ନଉ-ରୁଜ୍ ପର୍ବଟି ଉପବାସ ମାସର ଅନ୍ତିମକୁ ସୂଚାଇ ଦେଇଥାଏ । ଏହା ପର୍ବପାଳନ କରିବା ତଥା ଆତିଥ୍ୟତାର ଏକ ଆନନ୍ଦର୍ପୂ ମୁର୍ହୂର ସୂଚନା ଦେଇଥାଏ । ଏହା ହେଉଛି ଗୋଟିଏ ବାହଈ ପର୍ବ, ଯେଉଁ ଦିନଟିରେ କର୍ମରୁ ଅବ୍ୟାହତି ନେବାକୁ ହୁଏ ।) 

ସ୍ୱୟଂ ତୁମର ମହିମାଗାନ ହେଉ, ହେ ମୋର ଈଶ୍ୱର ! ତୁମେ ନଉ-ରୁଜ୍କୁ ସେହିମାନଙ୍କ ନିମି ଏକ ଉବ ରୂପେ ପ୍ରଦାନ କରିଅଛ, ଯେଉଁମାନେ କି ତୁମ୍ଭର ପ୍ରେମ ନିମି ଉପବାସ ପାଳନ କରିଥାନ୍ତି ଏବଂ ତୁମ ଦୃଷ୍ଟିରେ ଘୃଣିତ ଥିବା ସମସ୍ତ ପଦାର୍ଥକୁ ପରିତ୍ୟାଗ କରିଥାନ୍ତି । ବରଦାନ ଦିଅ ହେ ପ୍ରଭୁ, ତୁମ ପ୍ରେମର ବହ୍ନିରେ ଏବଂ ତୁମ ଦ୍ୱାରା ବିହିତ ଉପବାସ ମାଧ୍ୟମରେ ଉତ୍ପନ୍ନ ଉାପ ସେହିମାନଙ୍କୁ ତୁମ ଧର୍ମରେ ଉଦୀପ୍ତ କରିଦେଉ । ତୁମର ଗୁଣଗାନ ଏବଂ ତୁମ ସ୍ମରଣରେ ନିମଜ୍ଜିତ ରହିବାକୁ ସେହିମାନଙ୍କୁ ସୁଯୋଗ ଦିଅ । 

ହେ ମୋର ସ୍ୱାମୀ ! ତଥାପି ତୁମେ ସେମାନଙ୍କୁ ତୁମ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଉପବାସର ଅଳଙ୍କାର ଦ୍ୱାରା ଅଳଙ୍କୃତ କରିଅଛ । ତୁମର କରୁଣା ଏବଂ ଉଦାରତାର କୃପା ମାଧ୍ୟମରେ ତୁମ ସ୍ୱୀକୃତିର ଅଳଙ୍କାରରେ ସେମାନଙ୍କୁ ବିଭୂଷିତ କରାଅ । କାରଣ ମନୁଷ୍ୟର ସମସ୍ତ କର୍ମ ତୁମର କୃପା ଉପରେ ହିଁ ନିର୍ଭର କରିଥାଏ ଏବଂ ତୁମର ଆଜ୍ଞା ଦ୍ୱାରା ହିଁ ଆଶ୍ରିତ ଅଟେ । ଉପବାସ ଭଙ୍ଗକାରୀଙ୍କୁ ଯଦି ତୁମେ ଉପବାସ ପାଳନକାରୀ ଭାବେ ଘୋଷିତ କରିଦିଅ, ତେବେ ଅନନ୍ତକାଳରୁ ଉପବାସ ପାଳନ କରି ଆସୁଥିବା ସେହିମାନଙ୍କ ମଧ୍ୟରେ ଏହି ମନୁଷ୍ୟ ଜଣେ ପରିଗଣିତ ହେବ । ତୁମର ର୍ନିୟରେ ଉପବାସ ପାଳନକାରୀ ଯଦି ଉପବାସ ଭଙ୍ଗକାରୀ ଭାବେ ଘୋଷିତ ହୁଏ, ତେବେ ସେହି ଲୋକଟି ହିଁ ଯେଉଁମାନେ ତୁମ ଧର୍ମ-ପ୍ରକାଶର ଦିବ୍ୟ ପୋଷାକକୁ ଧୂଳିରେ କଳଙ୍କିତ କରିଛନ୍ତି ଏବଂ ଯେଉଁମାନଙ୍କୁ ଏହି ଜୀବନ୍ତ ନିର୍ଝରର ସ୍ଫଟିକ ଜଳରୁ ବାହାର କରିଦିଆଯାଇଛି, ସେହିମାନଙ୍କ ସହ ଗଣନୀୟ ହେବ । 

ତୁମେ ହେଉଛି ସ୍ୱୟଂ ସେହି ! ଯାହାଙ୍କ ମାଧ୍ୟମରେ ସ୍ୱୟଂ ତୁମ୍ଭ କୃତି ଦ୍ୱାରା ତୁମ୍ଭେ ପ୍ରଶଂସନୀୟ ହୋଇଛ ନିଦର୍ଶନଟି ଉୋଳିତ ହୋଇଅଛି ଏବଂ ସ୍ୱୟଂ ତୁମ୍ଭ ଆଦେଶରେ ତୁମ୍ଭର ଆଜ୍ଞା ପାଳନୀୟ     ପତାକାଟି ଫର୍ ଫର୍ ହୋଇ ଉଡ଼ୁଅଛି । ହେ ମୋର ଈଶ୍ୱର ! ତୁମ ସେବକମାନଙ୍କୁ ତୁମ୍ଭର ଏହି ସ୍ଥାନକୁ ଅବଗତ କରାଅ, ଯାହାଫଳରେ ସେମାନେ ଜାଣିପାରିବେ ଯେ, ସମସ୍ତ ବସ୍ତୁର ଉକ୍ରର୍ଷ ହେଉଛି ତୁମ୍ଭର ଆଜ୍ଞା ଏବଂ ତୁମ୍ଭର ବାଣୀ ଉପରେ ନିର୍ଭରଶୀଳ ଏବଂ ପ୍ରତ୍ୟେକ କର୍ମର ମାନ ନିର୍ଦ୍ଧାରଣ ତୁମ୍ଭ ଇଚ୍ଛାର ସୁପ୍ରସାଦ ଏବଂ ତୁମ୍ଭର ଆବାସ ଉପରେ ଆଶ୍ରିତ ଅଟେ । ଯାହାଫଳରେ ସେମାନେ ଜାଣିପାରିବେ ଯେ, ମନୁଷ୍ୟମାନଙ୍କ କର୍ମର ପ୍ରଭାବ ତୁମ୍ଭର ସ୍ୱୀକୃତି ତଥା ତୁମ ଆଦେଶର ଆୟ ମଧ୍ୟରେ ଅବସ୍ଥିତ ଅଟେ । ସେମାନଙ୍କୁ ଏହା ଅବଗତ କରାଇଦିଅ ଯେ କୌଣସି କିଛି ତୁମ୍ଭ ସୌନ୍ଦର୍ଯ୍ୟରୁ ବôତ କରିପାରିବ ନାହିଁ । ଏହି ଦିବସଗୁଡ଼ିକୁ ଖ୍ରୀଷ୍ଟ ବିସ୍ମୟରେ କହନ୍ତି ଯେ : ହେ ସ୍ୱୟଂ ତୁମ୍ଭେ ଦିବ୍ୟ ଚେତନା (ଯୀଶୁ)ଙ୍କ ପରମଜନକ, ସମସ୍ତ ସାମ୍ରାଜ୍ୟ ତୁମ୍ଭର ଅଟେ ଏବଂ ସ୍ୱୟଂ ତୁମ୍ଭର ପରମ ବନ୍ଧୁ (ମହ୧ଦ) ଉଚ୍ଚ ସ୍ୱରରେ କହନ୍ତି ଯେ, ହେ ସ୍ୱୟଂ ତୁମ୍ଭେ ସୁ-ପ୍ରିୟତମ, ତୁମ୍ଭେ ତୁମ୍ଭର ପରମ ସୌନ୍ଦର୍ଯ୍ୟକୁ ଅନାବୃତ କରିଥିବା ହେତୁ ଏବଂ ତୁମ୍ଭର ପ୍ରିୟଜନମାନଙ୍କ ନିମି ସେହି ସବୁ ବିଧାନ କରିଥିବା ହେତୁ ତୁମ୍ଭର ଜୟଗାନ ହେଉ, ଯାହାକି ସେମାନଙ୍କୁ ତୁମ୍ଭର ପରମ ମହାନ୍ ନାମରେ ପରିପ୍ରକାଶର ଆସ୍ଥାନ ନିକଟକୁ ନେଇଯାଇପାରିବ, ଯାହା ମାଧ୍ୟମରେ ସେହିମାନଙ୍କ     ବ୍ୟତୀତ, ଯେଉଁମାନେ କି ତୁମ୍ଭ ବ୍ୟତୀତ ଅନ୍ୟ ସମସ୍ତ ବିଷୟରୁ ନିଜକୁ ଅନାସକ୍ତ ରଖିଛନ୍ତି, ଅନ୍ୟ ସମସ୍ତ ବ୍ୟକ୍ତି ବିଳାପ କରିଛନ୍ତି । ଯିଏ ହେଉଛନ୍ତି ସ୍ୱୟଂ ତୁମର ଦିବ୍ୟ ପ୍ରକାଶକ ଏବଂ ତୁମ୍ଭ ଗୁଣାବଳୀର ଅବାତର ସ୍ୱୟଂ ତାଙ୍କ ଆଡ଼କୁ ସେହି ଅନାସକ୍ତ ଆତ୍ମାଗଣ ଢଳି ରହିଛନ୍ତି । 

ହେ ମୋର ପ୍ରଭୁ, ସ୍ୱୟଂ ଯିଏ ହେଉଛନ୍ତି ତୁମ୍ଭର ଦିବ୍ୟ ଶାଖା ଏବଂ ତୁମ୍ଭର ସକଳ ମିତ୍ରଗଣ, ଏହି ଦିବସରେ ସେମାନଙ୍କର ଉପବାସ ଭଙ୍ଗ କରିଛନ୍ତି, ଯାହାକି ସେମାନେ ତୁମ୍ଭର ସୁ-ପ୍ରସନ୍ନତା ନିମି ଏବଂ ତୁମ୍ଭର ବିଧାନର ଅଧୀନରେ ପାଳନ କରିଥିଲେ । ସେହି ପରମ ମହାନଙ୍କ ନିମି, ସେହି ମିତ୍ରମାନଙ୍କ ନିମି ଏବଂ ସେହି ଦିବସଗୁଡ଼ିକରେ ତୁମ୍ଭ ଉପସ୍ଥିତିରେ ପ୍ରବେଶ ଲାଭ କରିଥିବା ସମସ୍ତ ନିମି ସେହି ସବୁ ମଙ୍ଗଳ ବିଧାନ କର, ଯାହାକୁ ତୁମ୍ଭେ ତୁମର ଦିବ୍ୟ ଗ୍ରନ୍ଥରେ ବିହିତ କରିଅଛ । ଉଭୟ ଏହି ଜୀବନକାଳରେ ଏବଂ ଆଗାମୀ ଜୀବନ କାଳରେ ଯାହା ସେମାନଙ୍କୁ ଲାଭବାନ କରାଇବ, ତାହା ସେମାନଙ୍କୁ ପ୍ରଦାନ କର । 
ସତ୍ୟତଃ, ତୁମ୍ଭେ ହିଁ ସର୍ବଜ୍ଞାତା ଓ ସର୍ବବିଜ୍ଞ ।

-Bahá'u'lláh
-----------------------

